ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ
ହୀରାକୁଦ ଜଳ ଭଣ୍ଡାରରେ ପାଣି ବଢ଼ି ବଢ଼ି ଚାଲିଛି । ୩୪ଟି ଗେଟ ଦେଇ ବର୍ତ୍ତମାନ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ନରାଜରେ ମହାନଦୀ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ୨୬ ଦଶମିକ ୪୧ ମିଟର ବିପଦ ସଙ୍କେତ ଥିବା ବେଳେ ଏହା ଉପରେ ଏବେ ଜଳ ପ୍ରବାହିତ ହେଉଛି। କଟକ ମୁଣ୍ଡଳୀ ଦେଇ ମହାନଦୀରେ ୮ ଲକ୍ଷ ୫୭ ହଜାର ୯୧୫ କ୍ୟୁସେକ ଜଳ, ଯୋବ୍ରା ବ୍ୟାରେଜ ଦେଇ ୩ ଲକ୍ଷ ୮୯ ହାଜର ୪୧ କ୍ୟୁସେକ ଜଳ ଓ ନରାଜ ଦେଇ କାଠଯୋଡ଼ି ନଦୀରେ ୪ ଲକ୍ଷ ୨୩ ହଜାର ୨୩୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି।