ମେଲାଣି ନେବେ ମା’ : ଜାରି ହେଲା କଟକଣା

ଭସାଣିକୁ ଆଖି ଆଗରେ ରାଖୀ ସମସ୍ତ ମଦ ଦୋକାନକୁ ୨ଦିନ ହେବ ବନ୍ଦ ରଖାଯାଇଛି

ସରିଛି ଦୁର୍ଗା ପୂଜା ଧରାପୃଷ୍ଠରୁ ମେଲାଣି ନେବେ ଜଗତ ଜନନୀ ମା ଦୁର୍ଗା । କଟକରେ  170 ରୁ ଉର୍ଦ୍ଧ୍ବ ମେଢ଼ ଆଜି ବିସର୍ଜନ ହେବେ । ସେଥିପାଇଁ ଦେବା ଗଡାରେ ସମସ୍ତ ବ୍ଯବସ୍ଥା କରାଯାଇଛି। ତେବେ ମାଆଙ୍କ ବିସର୍ଜନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ଦେବୀଗଡାରେ 3ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି। ଯେଉଟି ମାଆଙ୍କୁ ବିସର୍ଜନ କରାଯିବ । ଏହାଛଡ଼ା ପରିମଳ ଦୃଷ୍ଟିକୋଣରୁ ସବୁ ଯୋଜନା ହାତକୁ ମଧ୍ୟ ନିଆଯାଇଥିବା କହିଛନ୍ତି ମେୟର। ରାସ୍ତା ଘାଟଠାରୁ ଆରମ୍ଭ କରି ପରିମଳ, ଦେବୀଗଡା ସଫେଇ ଅଲୋକି କରଣ ବ୍ୟବସ୍ଥା ହୋଇଛି। ସେପଟେ ଭାଷଣୀ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଶୋଭାଯାତ୍ର ବେଳେ  70 ପ୍ଲାଟୁନ ପୋଲିସ ଫୋର୍ସ ସହ 35 ଟି ଏଡ ପୋଷ୍ଟ କରଯାଇଛି।

ଅପରାହ୍ନ ୩ଟାରୁ ଭସାଣି ଶେଷ ହେବା ଯାଏ ଏହି କଟକଣା ବଳବତ୍ତର ରହିବ। ଭୁବନେଶ୍ଵରରେ କୌଣସି ଯାନାବହନ ବାଣୀବିହାର ପଟୁ ରୁପାଲି ପଟକୁ ଯାଇପାରିବେ ନାହିଁ। କିଟ୍‌ ଛକ ପଟୁ ନାଲ୍‌କୋ ଛକ ଆଡ଼କୁ କୌଣସି ଯାନବାହନକୁ ଅନୁମତି ନାହିଁ।

ସେହିପରି କଟକରେ କଲେଜ ଛକଆଡୁ ଚାନ୍ଦିନୀଚୌକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟଣା ଜାରି କରିଛି ପ୍ରଶାସନ।