ହୀରାକୁଦର 20 ଗେଟ ଖୋଲିଲା: ପ୍ରବଳ ବର୍ଷା ସଂଭାବନା

ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ସାରା ରାଜ୍ୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସମୟରେ ସତର୍କ ରହିବା ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି । ବିଭିନ୍ନ ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ହୀରାକୁଦର 20ଟି ଗେଟ ଖୋଲିଥିବାରୁ ତଳିଆ ଅଂଚଳକୁ ସତର୍କ ସୂଚନା ଜାରି କରାଯାଇଛି ।

ମହାନଦୀରେ ଜଳସ୍ତର ବିପଦ ସଂକେତ ପାଖାପାଖି ପ୍ରବାହିତ ହେଉଥିବାରୁ ହୀରାକୁଦ ପାଣି ପହଞ୍ଚିବା ପରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ବଢ଼ିଛି। ବଙ୍ଗୋପସାଗରରେ ଲଘୁଚାପ ହୋଇଥିବାରୁ ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ଇବ୍‌ ନଦୀ ଫୁଲୁଛି।