ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :
ଭୁବନେଶ୍ୱରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ । ମହାଶିବ ରାତ୍ରି ପାଇଁ ଭୋର ୩ଟାରୁ ସାଢେ ୩ଟା ଯାଏ ଲିଙ୍ଗରାଜ ଅବକାଶ ନୀତି ଅନୁଷ୍ଠିତ ହେବ। ସାଢେ ୩ଟାରୁ ଠାରୁ ସକାଳ ୫ଟା ଯାଏ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ। ତେବେ ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇପାରିବେନି ବୋଲି ମହାଶିବରାତ୍ରି ପାଇଁ ବସିଥିବା ବୈଠକରେ ସ୍ଥିର ହୋଇଛି।

ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଭକ୍ତମାନେ ଯାଇପାରିବେ। ଗତବର୍ଷ ଭଳି କୋଭିଡ କଟକଣା ସହ ଦର୍ଶନ ଅନୁମତି ମିଳିବ। କୌଣସି ବ୍ୟକ୍ତିଙ୍କର ଥଣ୍ଡା, କାଶ ଛିଙ୍କ ଭଳି ଲକ୍ଷଣ ଦେଖାଦେଲେ ମନ୍ଦିର ସମ୍ମୂଖରେ ଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ କୋଭିଡ ପରୀକ୍ଷା କରାଇବେ । ଭକ୍ତ ମାନେ ଆଣିଥିବା ଫୁଲ ଓ ଭୋଗକୁ ନାଟମଣ୍ଡପ ପାଖରେ ଥିବା ଶିବଲିଙ୍ଗ ଠାରେ ଅର୍ପଣ କରାଯିବ । ଆଡକାଠ ପାଖରେ ଗହଳି ଓ ପୁଜାର୍ଚ୍ଚନା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛଇ । ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଧିକ ଶୃଙ୍ଖଳିତ କରିବା ପାଇଁ ପୋଲିସ ବିଭାଗ ସହ ଆଲୋଚନା ହେଇଛି। ଟ୍ରାଫିକ ଓ ପାର୍କିଂକୁ ବ୍ୟବସ୍ଥିତ କରାଯିବ ବୋଲି ସମନ୍ଵୟ ବୈଠକରେ ନିଷ୍ପତ୍ତି ହୋଇଛି।