ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି

ବଦଳିଲେ ଖଣ୍ଡପଡ଼ା SDPO । ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ SDPOଙ୍କୁ ବଦଳି କରାଯାଇଛି । ଜିଲ୍ଲା ମୁଖ୍ୟାଳୟକୁ SDPO ମଦନମୋହନ ପ୍ରଧାନଙ୍କୁ ବଦଳି କରିଛନ୍ତି ଏସ୍ପି ଏସ୍ ସୁଶ୍ରୀ । ଫତେଗଡ଼ ଥାନାରେ SDPOଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ଅନ୍ୟପଟେ SDPOଙ୍କ ବିରୋଧରେ ମହିଳା କମିଶନଙ୍କୁ ଭେଟିଛନ୍ତି ପୀଡିତା । ଏଭଳି ପୋଲିସ ଅଧିକାରୀଙ୍କୁ କେବଳ ବଦଳି କରି ଚୁପ ବସିଗଲେ ହେବନାହିଁ । ତାଙ୍କୁ ଜେଲ୍ ପଠାଇବା ଦରକାର । ଯାହାଫଳରେ ଅନ୍ୟ କୌଣସି ସ୍ଥାନରେ ପୋଲିସ ମହିଳାଙ୍କ ପ୍ରତି ଅସମ୍ମାନ କରିବାକୁ ସାହସ କରିବନାହିଁ ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଫତେଗଡ଼ ଥାନାରେ ଥିବା ଏକ ପୁରୁଣା ମାମଲାର ସମାଧାନ କରିବାକୁ ଖଣ୍ଡପଡ଼ା ଏସଡିପିଓ ଉକ୍ତ ମହିଳାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଥିଲେ । ଏପରିକି ମାନସିକ ଚାପ ମଧ୍ୟ ସୃଷ୍ଟି କରୁଥିଲେ । ତାଙ୍କ ସ୍ୱାମୀକୁ କୌଣସି ଏକ ମାମଲାରେ ଗିରଫ କରିବା ପାଇଁ ଧମକ ଦେଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ମହିଳା ଜଣଙ୍କୁ ଏସଡିପିଓ ଅଶ୍ଳୀଳ ଫଟୋ ମାଗିବା ସହ ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।ଏମିତିକି ଏସଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣଙ୍କ ପ୍ରଦାନ କରିଛନ୍ତି। ଯେଉଁଥିରେ ଏସଡିପି ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରିଥିଲେ। ଉକ୍ତ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଅନେକ ସମୟରେ ଏଡ଼ାଇ ଯିବାକୁ ବାଧ୍ୟ ହୋଇଥିଲେ ବି ଏସଡିପି ତାଙ୍କ ପିଛା ଛାଡ଼ୁ ନଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଆଉ ଏବେ ଆକ୍ସନ ନେଇଛି ପୋଲିସ ବିଭାଗ । ତାଙ୍କୁ ବଦଳି କରାଯାଇ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଛି ।

Leave a comment