ରାଜଧାନୀରେ ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା : କଳ୍ପନା – ରସୁଲଗଡ ରାସ୍ତା ଜାମ୍‌

jharapada-hata-dmolition-issue

ମେଟ୍ରୋ ଓଡିଶା (୮ .୪.୨୦୨୨) :

ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ ଯୋଗୁଁ କଳ୍ପନା – ରସୁଲଗଡ ରାସ୍ତାରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁଁ ରବିଟକିଜ୍‌ ଠାରୁ ରସୁଲଗଡ ଯାଏଁ ରାସ୍ତା ଜାମ ଅବସ୍ଥା । ଝାରପଡାରେ ଥିବା ଗଣେଶ ମଣ୍ଡପ ହାଟକୁ ସକାଳୁ ଉଚ୍ଛେଦ କରାଯାଇଥିଲା ।

ଏହାପରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଏବଂ ଲୋକମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।ଦୋକାନ ଭଙ୍ଗାଯିବାରୁ ବ୍ୟବସାୟୀମାନେ ତାଙ୍କ ଜିନିଷ ନେଇ ପାରି ନଥିବା ଅଭିଯୋଗ କରିଥିଲେ । ପ୍ରାୟ ୩୦୦ ଦୋକାନକୁ ସେଠାର ଉଚ୍ଛେଦ କରାଯିବ । ବିଜେପି ପକ୍ଷରୁ ସେଠାରେ ବିରୋଧ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।