Odisha ସମ୍ବଲପୁର ଜିଲ୍ଲାରେ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ On Apr 20, 2023 ସମ୍ବଲପୁର: ଜିଲ୍ଲାରେ ପୁଣି ହିଂସା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଭିଏଚପି ପକ୍ଷରୁ ବନ୍ଦ ଡାକରା ପରେ ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ଘୋଷଣା କରାଯାଇଛି। ସାରା ଜିଲ୍ଲାରେ ୨୨ ତାରିଖ ସକାଳ ୧୦ଟା ଯାଏ ଇଣ୍ଟର୍ନେଟ୍ ସେବା ବନ୍ଦ ରହିବ। ତେବେ ବ୍ରଡ୍ ବ୍ୟାଣ୍ଡ ଓ ଲିଜ୍ ଲାଇନ ସେବା ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଏହାକୁ ମିଶାଇ ଲଗାତାର ୮ ଦିନ ଏଠାରେ ବନ୍ଦ ରହିଲାଣି ଇଣ୍ଟରନେଟ୍ ସେବା । ହନୁମାନ ଜୟନ୍ତୀ ପୂର୍ବରୁ ଜିଲ୍ଲାରେ ହିଂସାକାଣ୍ଡ ଦେଖାଦେଇଛି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ଜିଲ୍ଲାରେ ଶାନ୍ତି ବ୍ୟାହତ ହୋଇଛି । #india#metro tv#odisha#sambalpur Share