ଭୁବନେଶ୍ବର: ୪ ବର୍ଷରେ ୧୨୨ କୋଟି ଟଙ୍କା ଠକିଛନ୍ତି ସାଇବର ଠକ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ତୁଷାରକାନ୍ତି କହିଛନ୍ତି । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୧୨୨ କୋଟି ୪୮ ଲକ୍ଷ ଟଙ୍କା ସାଇବର ଅପରାଧୀ ଲୁଟି ନେଇଛନ୍ତି । ସେଥିରୁ ମାତ୍ର ୨ କୋଟି ୮୭ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି । ୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୩୬୬ଜଣ ଗିରଫ ହୋଇଥିଲେ । ମୋଟ ୩୫ କୋଟି ଟଙ୍କାର ସାଇବର ଠକେଇ ହୋଇଥିଲା ଓ ଏଥିରୁ ମାତ୍ର ୧୬ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି । ୨୦୨୧ ମସିହାରେ ମୋଟ ୨୦୩୭ଟି ସାଇବର ଅପରାଧ ମାମଲାରେ ୪୨୫ଜଣ ଗିରଫ ହୋଇଛନ୍ତି । ମୋଟ ୪୦ କୋଟି ଟଙ୍କା ସାଇବର ଠକେଇ ହୋଇଛି ଓ ମାତ୍ର ୨୭ ଲକ୍ଷ ଟଙ୍କା ଉଦ୍ଧାର ସମ୍ଭବପର ହୋଇଛି । ୨୦୨୨ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୫୬୫ଟି ସାଇବର ଅପରାଧ ମାମଲାରେ ୮୩ଜଣଙ୍କୁ ଗିରଫ କରାଯାଇଛି । ମୋଟ ୨୧ କୋଟି ଟଙ୍କାର ସାଇବର ଠକେଇ ହୋଇଛି ଓ ମାତ୍ର ୧୬ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି ।
Trending
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ