ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ଦୁଇ ଗିରଫ
ବେଆଇନ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗରେ ନିରାକରପୁର ଅଞ୍ଚଳରେ ପୋଲିସର ଚଢ଼ାଉ । ୩ଟି ଟ୍ରକ ଜବତ ୨ଡ୍ରାଇଭର ଗିରଫ। ଖୋର୍ଦ୍ଧା ଜିଲ୍ଲା ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୌଜାରେ ବେଧଡକ ମାଙ୍କଡା ପଥର ଚୋରାଚାଲାଣ ଅଭିଯୋଗ । ମାଫିଆମାନେ ଜଂଗଲ ଜମି, ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ କରୁଛନ୍ତି। ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ରାଜ୍ୟ ସରକାର କଡାକଡି ଆଇନ କରିଥିବା ବେଳେ ମାଫିଆମାନେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ହାତବାରିସି ଦେଇ ମାଙ୍କଡ଼ା ପଥର ଚାଲାଣ କରୁଥିବା ଅଭିଯୋଗ ହୋଇଛି ।