ମୋଦି ଆସିବେନି:୧୮ରେ ପୁରୀରୁ ହାଓଡା ଚାଲିବ  ‘ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ ନାହିଁ । ଭର୍ଚୁଆଡ ମୋଡରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦଘାଟନ କରିବେ । ୧୮ ତାରିଖରେ ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରହିବେ ପୁରୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ସକାଳ ୬ଟା ୧୦ରେ ଏହି ଏକ୍ସପ୍ରେସ୍‌ ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିବ। ସକାଳ ୭ଟା ୩୮ରେ ଖଡ଼ଗପୁରରେ,  ୧୧ଟାରେ କଟକ, ୧୧ଟା ୨୫ରେ ଭୁବନେଶ୍ବର, ୧୧ଟା ୪୫ରେ ଖୋର୍ଦ୍ଧାରୋଡ୍‌ ଅତିକ୍ରମ କରି ଧାର୍ଯ୍ୟ ସମୟ ୧୨ଟା ୩୫ ସୁଦ୍ଧା ପୁରୀରେ ପହଞ୍ଚିବ। ଅପରାହ୍‌ଣ ୧ଟା ୫୦ରେ ‌ପୁରୀରୁ ହାଓଡ଼ା ଅଭିମୁଖେ ବାହାରି ରାତି ୮ଟା ୩୦ ସୁଦ୍ଧା ହାଓଡାରେ ପହଞ୍ଚିବ। ଓଡ଼ିଶା ପାଇଁ ପ୍ରଥମ ଏହି ବନ୍ଦେ ଭାରତ ଏକ୍ସପ୍ରେସ ।  ଘଣ୍ଟା ପ୍ରତି ୧୩୦ କିମି ବେଗରେ ଦୌଡ଼ୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ପରୀକ୍ଷାମୂଳକ ଚଳାଚଳ ଏପ୍ରିଲ ୨୮ ଓ ୩୦ ତାରିଖରେ ସଫଳତାର ସହ ଶେଷ ହୋଇଛି।