ଏଫଏକ୍ଯୁ୍ ମାନରେ କେତେ ହେବ କୋହଳ
ଏଫଏକ୍ଯୁ୍ ମାନରେ କେତେ କୋହଳ କରିହେବ ସେନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଜିଲ୍ଲା ସ୍ତରରେ ଚାଷୀ ଏବଂ ଜିଲ୍ଲାପାଳ ବସି ନିଷ୍ପତ୍ତି କରିବେ | ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି| ସେ କହିଛନ୍ତି, ଏଫଏକ୍ଯୁ୍ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରୋମାଇଜ କରିହେବନି | କାହିଁକି ନା ଏଫସିଆଇ ଚାଉଳ ନେବନି, ପଡ଼ିରହିବ ଏବଂ ନଷ୍ଟ ହେବ| ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ କେତେ କୋହଳ କରିହେବ| ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେଉଁମାନଙ୍କର କ୍ଷତି ହେବ ସେମାନେ କ୍ଷତିପୂରଣ ପାଇବେ| ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେ ରିପୋର୍ଟ ଦେବେ | ଏହା ସହ କୁହାଯାଇଛି ଯେତେ କୋହଳ କରି ହେବ କରନ୍ତୁ, ଚାଷୀଙ୍କୁ ଫେରାନ୍ତୁ ନାହିଁ | ଯେତେ ନେଇ ହେବ ନିଅନ୍ତୁ, ପୁରା ନଷ୍ଟ ହେଇଥିଲେ ନେଇ ହେବନି | ଜିଲ୍ଲା ସ୍ତରରେ ଚାଷୀ, ମିଲର, ପ୍ରଶାସନ ବସି ନିଷ୍ପତ୍ତି ନେବେ।