ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ ଶ୍ରୀନହରରେ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ
ପୁରୀ ଗଜପତିଙ୍କ ପୁଷ୍ୟାଭିଷେକ ଶ୍ରୀନହରରେ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଛି । ଏହି ପୁଷ୍ୟାଭିଷେକରେ ଷୋଳ ଶାସନ ବ୍ରାହ୍ମଣ ପୁରୋହିତ ଗଜପତିଙ୍କୁ ଆଶୀର୍ବାଦ କରିଛନ୍ତି । ଏହି ପୁଷ୍ୟାଭିଷେକ କାର୍ଯ୍ୟ ରାଜଗୁରୁ ଦେବୀପ୍ରସାଦ, ରାଜଗୁରୁ ସୁଧାଂଶୁ ସମ୍ପାଦନ କରିଛନ୍ତି । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯାଇଥିଲା । ଏହାସହ ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯାଇଥିଲା । ଏହାପରେ ଗଜପତି ତାଙ୍କ ପାରମ୍ପାରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡିଆ ଏବଂ ପଇତା ପ୍ରଦାନ କରିବା ସହ ଆଶୀର୍ବାଦ କରିଥିଲେ ।