ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି

ଅନୁଗୁଳ : ଅନୁଗୁଳରେ ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ 20 ଲକ୍ଷ ଟଙ୍କା ଦାବି କରିଛନ୍ତି। ଏହା ସହ ତାଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଧାରଣାରେ ବସିଥିବା ଲୋକ କହିଛନ୍ତି ଅନୁଗୁଳ ସହର ଉପକଣ୍ଠ କୁଲାଡ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହେଇଛି କିନ୍ତୁ କିଛି କ୍ଷତିପୂରଣ ପ୍ରତିଶ୍ରୁତି ମିଳିନି। ମୃତ ବନ କର୍ମଚାରୀ ତାଳଚେର ଜନ୍ଦାବାହାଳ ଗ୍ରାମର ଶରତ ଘଡେଇ ବୋଲି ଜଣା ପଡ଼ିଛି ।

ସନ୍ଧ୍ୟାରେ କୁଲାଡ଼ ଗାଁ ନିକଟରେ ହାତୀପଲ ଥିବା ବେଳେ ବନ ବିଭାଗ କର୍ମଚାରୀ ହାତୀ ପଲକୁ ଘଉଡାଇବା ପାଇଁ ସେଠାରେ ଥିଲେ । ତେବେ ହଠାତ ଏକ ହାତୀ ଜଣେ ଫରେଷ୍ଟ ଗାର୍ଡ ଶରତ ଘଡେଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।