ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା , ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭାଙ୍ଗିବା ବେଳେ ମୁହାଁମୁହିଁ ପରିସ୍ଥିତି
ଉଚ୍ଛେଦ ବେଳେ ହାଇଡ୍ରାମା । ନୀଳାଦ୍ରି ବିହାରରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । ୩୩୦ଟି ଟ୍ରାଞ୍ଜିଟ୍ ହାଉସ୍ ଭାଙ୍ଗିବା ବେଳେ ମୁହାଁମୁହିଁ ପରିସ୍ଥିତି । ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ଦାବି ହୋଇଛି । ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଏମସି ଓ ବିଡିଏ ପକ୍ଷରୁ ଟ୍ରାଞ୍ଜିଟ୍ ହାଉସ୍ ଭଙ୍ଗାଯାଉଛି । ଉଚ୍ଛେଦକୁ ବିରୋଧ କରି ଗୋଟିଏ ପରିବାର ଘର ଭିତରେ ରହିଥିବା ବେଳେ ପରିସ୍ଥିତି ଜଟିଳ ହୋଇଥିଲା । ବିଏମସି ଓ ବିଡିଏ କର୍ମଚାରୀମାନେ ପରିବାର ସହ ଆଲୋଚନା କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଓ ବୁଝାସୁଝା ପରେ ଘର ଛାଡିବାକୁ ରାଜି ହୋଇଛନ୍ତି ପରିବାର । ସେମାନଙ୍କର ରାସନ କାର୍ଡ ବାରଙ୍ଗ ଅଞ୍ଚଳରେ ହୋଇଥିବାରୁ ତାଙ୍କୁ ଘର ମିଳିନାହିଁ । ତେଣୁ ସେମାନଙ୍କୁ ପ୍ରଥମେ ଟ୍ରାଞ୍ଜିଟ୍ ହାଉସ୍ ରେ ରଖାଯିବ । ପରବର୍ତ୍ତୀ ସମୟରେ ଆବଶ୍ୟକ ଓ ସଠିକ୍ ଦସ୍ତାବିଜ ଦାଖଲ କଲେ ନିୟମ ଅନୁସାରେ ଘର ଯୋଗାଇଦେବାର ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।