କୁମ୍ବିଂ ଅପରେସନ ବେଳେ ମାଓ ଡମ୍ପ ଠାବ
ମାଲକାନଗିରି ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଘଞ୍ଚ ଜଙ୍ଗଲ ଭିତରୁ ମାଓ ଡମ୍ପ ଠାବ କଲେ ଯବାନ ।
ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଲୁଚାଇ ରଖିଥିବା ଏହି ଡମ୍ପ ଭିତରୁ ୧୪ଟି ଭାର୍ମର ବନ୍ଧୁକ ଓ ୧୪ଟି ଟିଫିନ୍ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ପୁଙ୍ଗାରପାଲ ଥାନା ଅନ୍ତର୍ଗତ କୁଟୁର ଏବଂ ତୁମ୍ରିୱାଲ ଅଞ୍ଚଳରେ ସୁରକ୍ଷା ବାହିନୀର କମ୍ବିଂ ଚାଲିଥିବ ବେଳେ ଏହି ସବୁ ମାଓ ସାମଗ୍ରୀ ଜବତ ହୋଇଛି । ମାଓବାଦୀଙ୍କୁ ମୂଳପୋଛ କରିବା ଲାଗି ଛତିଶଗଡରେ DRG ଓ ବସ୍ତରର ଫାଇଟର ବାହିନୀ ପକ୍ଷରୁ ଜୋରଦାର ଅପରେସନ ଜାରି ରହିଛି ।