ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ

ଡ ମଙ୍ଗଳା ମହାନ୍ତିଙ୍କ ପରଲୋକ ଘଟିଛି । ସମାଜସେବୀ ତଥା ପରୋପକାରୀ ଡ ମଙ୍ଗଳା ମହାନ୍ତିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ ପାଇଛି । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଏବଂ ସମାଜସେବୀ ଥିଲେ । ଭାଷଣ ଦେବାର କଳାରେ ଅନ୍ୟଙ୍କୁ ଆକର୍ଷଣ କରିବାରେ ସେ ମାହିର ଥିଲେ । ଜଣେ ମାନବବାଦୀ, ଜଣେ ଉଦାର ଚିନ୍ତାନାୟକ ଥିଲେ ଡଃ ମହାନ୍ତି । ଓଡ଼ିଶାର କଳା ସଂସ୍କୃତିର ପ୍ରୋତ୍ସାହକ ଥିଲେ । ଜଣେ ଉତ୍ତମ ସାହିତ୍ୟିକ, ଲେଖକ ଭାବେ ମଧ୍ୟ ସେ ପରିଚିତ ଥିଲେ । କଂଗ୍ରେସର ବିଶିଷ୍ଟ ନେତା ମଣି ଶଙ୍କର ଆୟାରଙ୍କ ନିକଟରେ ଥିଲେ ଡଃ ମହାନ୍ତି । ସ୍ବର୍ଗତ ଡ ମଙ୍ଗଳା ମହାନ୍ତି ରାଜୀବ ଗାନ୍ଧୀ ଫାଉଣ୍ଡେସନର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିଲେ । ଦିଲ୍ଲୀର ଗୋପାବନ୍ଧୁ ପରିବାର ସଂଗଠନର ଆବାହକ ଥାଇ ଅନେକ ସେବାମୂଳକ କାର୍ଯ୍ୟ କରିଥିଲେ । ପୂର୍ବତନ ମୂଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଓଏସଡି ଭାବରେ ସେ ଯୋଗ ଦେବାପରେ ଓଡ଼ିଶାର ଅର୍ଥନୈତିକ ବିକାଶ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ । ଓଡିଶାରେ ରେଡ୍ କ୍ରସ୍ ସଚିବ ଭାବରେ ସାମାଜିକ ସେବାରେ ଆଗେଇ ଆସିଥିଲେ। ସେ ଓଡ଼ିଶାର ଆର୍ଥିକ, ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଅତ୍ୟଧିକ ସକ୍ରିୟ ଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ଓଡିଶାର ଅର୍ଥନୈତିକ ବ୍ୟାପାର କାର୍ଯ୍ୟରେ ମନୋନିବେଶ କରିଥିଲେ । ଏଭଳି ଜଣେ ମହାନ ଆତ୍ମାଙ୍କ ବିୟୋଗରେ ତାଙ୍କର ବନ୍ଧୁ ଶୁଭେଚ୍ଛୁମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।