ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳକୁ ନେଇ ଜାତୀୟ ରାଜନୀତିରେ ଚର୍ଚା ଜୋର ଧରିଛି । ବିଶେଷ କରି ଉତ୍ତରପ୍ରଦେଶ ରାଜନୀତିରେ ଏହାର ମହତ୍ବ ରହିଛି । ଓଡ଼ିଶାରେ ମଧ୍ୟ ପରିବର୍ତ୍ତନକୁ ନେଇ ଦଳ ଆଶାବାଦୀ ରହିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ଭାବେ ଡ.ଅଜୟ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ପ୍ରଭାରୀ ଥିବା ଚେଲା କୁମାରଙ୍କ ସ୍ଥାନ ଡ.ଅଜୟ କୁମାର ନେଇଛନ୍ତି। ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ ଅଜୟ କୁମାରଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ଚେଲା କୁମାର ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ନୂଆ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଉତ୍ତରପ୍ରଦେଶରେ ଅବିନାଶ ପାଣ୍ଡେଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ପ୍ରିୟଙ୍କାଙ୍କ ବଦଳରେ ଉତ୍ତରପ୍ରଦେଶ ରାଜ୍ୟର ପ୍ରଭାରୀ କାହିଁକି ବଦଳିଲା ତାକୁ ନେଇ ବହୁତ ଆଲୋଚନା ହେଉଛି। ଅବିନାଶ କଂଗ୍ରେସ ପୂର୍ବତନ ରାଜ୍ୟସଭା ସାଂସଦ । ଉତ୍ତରପ୍ରଦେଶ ପ୍ରଭାରୀ ହେବା ପୂର୍ବରୁ ଝାଡଖଣ୍ଡ ପ୍ରଭାରୀ ଥିଲେ । ସେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବି ସଦସ୍ୟ ଅଛନ୍ତି । ମହାରାଷ୍ଟ୍ର ନାଗପୁର ବାସିନ୍ଦା ପେଶାରେ ଓକିଲ । ଦଳର ଯୁବ ସଙ୍ଗଠନ ଏନଏସୟୁଆଇ ଓ ୟୁଥ କଂଗ୍ରେସର ବିଭିନ୍ନ ପଦରେ କାମ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ରାଜନୈତିକ ଜୀବନରେ ଜାତୀୟ ଓ ରାଜ୍ୟ ସ୍ତରରେ ଦଳର ବିଭିନ୍ନ ପଦପଦବୀ ସମ୍ଭାଳିଛନ୍ତି । ୨୦୧୦ରେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ମନୋନିତ ହୋଇଥିଲେ । ୨୦୧୮ ରାଜସ୍ଥାନ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ପ୍ରଭାରୀ କରାଯାଇଥିଲା ।
Trending
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
Prev Post