ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ।

ଯୋଗ୍ୟ ଭୋଟର ହେବେ ସାମିଲ୍

ଏହା ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଣ୍ଟ୍ରି ଚିହ୍ନଟ ଓ ସଂଶୋଧନ କରିବାରେ ସହାୟତା ମିଳିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାସ୍ତରରେ ସମସ୍ତ ବୁଥସ୍ତରୀୟ ଅଧିକାରୀଙ୍କୁ ବାଦ୍ ପଡିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବି ଏଲ ଓ ମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ଭୋଟର ତାଲିକାରେ ବାଦ୍ ପଡିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟର ଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନାମ ଯୋଡ଼ିବାକୁ ଇଚ୍ଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ। ବୁଥ ସ୍ତରୀୟ ଅଧିକାରୀମାନେ ଯୋଗ୍ୟ ଭୋଟରଙ୍କୁ ଆବେଦନ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସହଯୋଗ ପ୍ରଦାନ କରିବେ।