ଚିଲିକାରେ ଡଲଫିନ ଗଣନା ଆରମ୍ଭ, ଆଜିଠୁ ତିନିଦିନ ଧରି ଚାଲିବ ଗଣନା , ଡଙ୍ଗାଚଳାଚଳ ବନ୍ଦ
ଚିଲିକାରେ ଡଲଫିନ ଗଣନା ଆରମ୍ଭ । ଆଜିଠୁ ତିନିଦିନ ଧରି ଚାଲିବ ଗଣନା । ଡଙ୍ଗାଚଳାଚଳ ବନ୍ଦ । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିବ । ଏଥିପାଇଁ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡଙ୍ଗା ଚଳାଚଳ ବନ୍ଦ ରହିଛି ।
ଗଣନା କାର୍ଯ୍ୟରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଡଲଫିନ ଗଣନା କରୁଛନ୍ତି । ପ୍ରତି ଟିମ୍ ରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି । ସାତପଡ଼ାର ୪ଟି ଅଞ୍ଚଳରେ ଗଣନା ଚାଲିଛି । ସେହିପରି ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ୍ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି କରୁଛନ୍ତି ।
ପ୍ରତ୍ୟେକ ଟିମ୍ ରେ ବନବିଭାଗ କର୍ମଚାରୀ, CDA କର୍ମଚାରୀ, OUAT ଷ୍ଟୁଡେଣ୍ଟ, ମୋଟରବୋଟ କର୍ମଚାରୀ, ସୋସିଆଲ ୱାର୍କର ଓ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି । ବାଇନାକୁଲର, GPS, ଓ କ୍ୟାମେରା ବ୍ୟବହାର କରାଯାଇ ଗଣନା ଚାଲିଛି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମଗିରି ରିପୋର୍ଟର କେଦାରନାଥ ଦାସ ।