୩୦ କୁନି କୁନି ପିଲାଙ୍କୁ ଏକ ବଡ଼ ବିପତ୍ତି ରୁ ରକ୍ଷା କରିବାକୁ ଯାଇ ନିଜକୁ ବଳି ପକାଇ ଦେଲା କାଳୀ , ସମସ୍ତଙ୍କୁ ଆଖିରେ ଲୁଖ

ରଙ୍ଗ କଳା ବୋଲି ନା ତାର କାଳୀ । କେଉଁ ବର୍ଷରୁ ଆସି ଗାଁରେ ରହିଥିଲା । ଆଉ ଗ୍ରାମବାସୀଙ୍କ ଅତି ଆପଣାର ସେ ପାଲଟି ଯାଇଥିଲା । ଗ୍ରାମବାସୀଙ୍କ ଭଲ ପାଇବାର ଋଣ କୁ ସେ ସୁଝି ଦେଇଛି। ସେଥିପାଇଁ ୩୦ କୁନି କୁନି ପିଲାଙ୍କୁ ଏକ ବଡ଼ ବିପତ୍ତି ରୁ ରକ୍ଷା କରିବାକୁ ଯାଇ ନିଜକୁ ବଳି ପକାଇ ଦେଇଛି ସେହି କୁକୁର ।

ଗ୍ରାମବାସୀ ମଧ୍ୟ ତାହାର ଏହି ବଳିଦାନ କୁ ଅଣଦେଖା କରିନାହାନ୍ତି । ହେଲେ ଏକ ମାଈ କୁକୁର ନିଜ ପିଲାକୁ ରକ୍ଷା କରିବା ପାଇଁ ଯେପରି ସବୁ ସୀମା ସରହଦ ଡେଇଁପାରେ ସେହି କୁକୁର ଯେତେବେଳେ ନିଜେ ଜୀବନ ବଳିଦାନ ଦେଇ ବଞ୍ଚାଇଛି ୩୦ ସ୍କୁଲର କୁନି କୁନି ପିଲାଙ୍କ ଜୀବନ । ଏଭଳି ଏକ ଘଟଣା ଘଟିଛି ଉଦଳା ବ୍ଲକ ଡିହିରାକୁଳ ଗ୍ରାମରେ ।

ସୂଚନା ଥାଉକି, ଗ୍ରାମରେ ଥିବା ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି କୁନି ଛାତ୍ରଛାତ୍ରୀମାନେ ସକାଳ ସମୟରେ ବିଦ୍ୟାଳୟ ପରିସରରେ ବାହାରେ ବସି ପାଠ ପଢୁଥିଲେ । ଏହି ସମୟରେ ସବୁଦିନ ପରି ଗ୍ରାମର ସମସ୍ତଙ୍କ ପ୍ରିୟ ମାଈ କୁକୁର କାଳୀ ସେହି ବିଦ୍ୟାଳୟ ପରିସରରେ ଉପସ୍ଥିତ ଥିଲା । ହେଲେ ଅଚାନକ ଏକ ବିଷାକ୍ତ ସାପ ବିଦ୍ୟାଳୟ ନିକଟ ଥିବା ଏକ କୂଅ ପାଖରେ ଚାଲୁଥିବା ଓ ଛାତ୍ରଛାତ୍ରୀଙ୍କ ନିକଟକୁ ଯାଉଥିବା ଦେଖିବାକୁ ପାଇଥିଲା କାଳୀ।

ଏହାକୁ ନଜର କରିବା ପରେ ତୁରନ୍ତ ସେ ଉକ୍ତ ସାପ ପାଖକୁ ଯାଇ ତାହାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବାକୁ ଦେଇ ନଥିଲା । ପରେ ସାପଟିକୁ ମାରିଦେବାକୁ ଉଦ୍ୟମ କରିଥିଲା । ସାପଟିକୁ ମାରିବା ପାଇଁ କୁକୁର କାଳୀ ତାକୁ କାମୁଡିଥିବା ବେଳେ ସାପଟି କୁକୁରର ପାଟିରେ ଦଂଶନ କରିଥିଲା । ଯାହାଫଳରେ ସାପର ବିଷକ୍ରିୟାରେ କୁକୁର କାଳୀର ମୃତ୍ୟୁ ହୋଇଥିଲା ।

ଏହି ଖବର ଜଣାପଡିବା ପରେ ଗ୍ରାମବାସୀମାନେ ଦୁଃଖରେ ମର୍ମାହତ ହୋଇଥିଲେ । ରୀତିନୀତି ଅନୁସାରେ କୁକୁର ର ଅନ୍ତିମ ସଂସ୍କାର କରିଥିଲେ । ମଣିଷର ମୃତ୍ୟୁ ପରେ ଯେପରି ଅନ୍ତେଷ୍ଟ୍ରି କ୍ରିୟା କରାଯାଏ ସେହିପରି ଭାବେ କୁକୁର କାଳୀର ମୃତଦେହକୁ ଏକ ଟ୍ରଲିରେ ଫୁଲମାଳ, ଧଳା ଲୁଗା ଢାଙ୍କି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ଏକ ଗାତ ଖୋଳି ସେଠାରେ ତାକୁ ପୋତି ଦେଇଥିଲେ ଗ୍ରାମବାସୀ ।

Leave a comment