ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ,ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ ଆରମ୍ଭ – ମେୟର ସୁଲୋଚନା ଦାସ

ଭୁବନେଶ୍ୱରରେ ବଢିଛି କୁକୁର ଆତଙ୍କ । ବଢୁଥିବା କୁକୁରଙ୍କ ସଂଖ୍ୟା ପାଇଁ ବିଭିନ୍ନ ପ୍ରକାର ସମସ୍ୟା ଉପୁଜୁଛି । କୁକୁରଙ୍କ କାରଣରୁ ରାଜଧାନୀରେ ଦୁର୍ଘଟଣା ମଧ୍ୟ ବଢୁଛି । ଅନେକ ସମୟରେ ଏପରି ମଧ୍ୟ ଦେଖାଯାଇଛି କି, ରାଜଧାନୀ ଗଳି କନ୍ଦିରେ କୁକୁର ମାନେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି । ଯେଉଁଥିପାଇଁ କୁନି ପିଲା ଓ ବୃଦ୍ଧ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆଗାମୀ ଦିନରେ କୁକୁର ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯିବ । ଭୁବନେଶ୍ୱରରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ବଢିଛି । ଏହା ସ୍ୱୀକାର କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏବଂ ଖୁବଶୀଘ୍ର କୁକୁର ବନ୍ଧ୍ୟାକରଣ ଆରମ୍ଭ କରିବା ନେଇ କହିଛନ୍ତି ସୁଲୋଚନା ଦାସ ।