ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ପରିବହନ ବିଭାଗ। ଏଣିକି ପ୍ରଶିକ୍ଷଣ ନେବା ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) । ବହୁଦିନରୁ ଏନେଇ ଆଲୋଚନା ହେଉଥିଲା । ସଡ଼କ ସୁରକ୍ଷା ଓ ଫାଷ୍ଟ୍ଏଡ୍ ଆଦିରେ ସାମାନ୍ୟ ଜ୍ଞାନ ଆସିବା ପରେ ଯାଇ ଜଣେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ। ଫଳରେ ରାସ୍ତା ଘଟୁଥିବା ଦୁର୍ଘଟଣା କମ ହୋଇପାରିବ ।
ଖୁବଶ୍ରୀଘ୍ର ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଅନୁମତି ପାଇଁ ପରିବହନ କମିସନର ପରିବହନ ବିଭାଗକୁ ଚିଠି ଲେଖିଥିଲେ। ବିଭାଗ ତରଫରୁ ଏନେଇ ଅନୁମତି ମିଳିଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ଲୋକଙ୍କୁ ସଡ଼କ ସୁରକ୍ଷା ଓ ପାଷ୍ଟ୍ଏଡ୍ ଆଦି ସଂପର୍କରେ ପ୍ରାଥମିକ ଜ୍ଞାନ ଦେବାକୁ ଏହି ପ୍ରଶିକ୍ଷଣ ଦିଆଯିବ। ରାଜ୍ୟରେ ଥିବା ସମସ୍ତ ଆର୍ଟିଓ ଅଫିସରେ ଏହା ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ରହିଛି।