ଧଉଳି ଶାନ୍ତିସ୍ତୂପ ବିଶ୍ବଶାନ୍ତିର ପ୍ରଚାର କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖମନ୍ତ୍ରୀ କହିଛନ୍ତି, ଧଉଳି ଶାନ୍ତିସ୍ତୂପ ସାରା ବିଶ୍ବରେ ବିଶ୍ବଶାନ୍ତିର ପ୍ରତୀକ ଭାବେ ପ୍ରଚାର କରିଛି।

ଏହା ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଛି। ଏହି ଧଉଳି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଏକ ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ଦେଶ ବିଦେଶର ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଏହି ଉତ୍ସବରେ ଯୋଗଦେଇ ବିଶ୍ବଶାନ୍ତିର ବାର୍ତା ପ୍ରଚାର କରୁଛନ୍ତି। ଜାପାନ, ଶ୍ରୀଲଙ୍କା, ମାଲେସିଆ, ନେପାଳ, ରୁଷ, ଇଂଲଣ୍ଡ, ୟୁକ୍ରେନ୍‌, ଆମେରିକା ଆଦି ବିଭିନ୍ନ ଦେଶର ବୌଦ୍ଧ ସନ୍ନ୍ୟାସୀମାନେ ଧଉଳିରେ ପହଞ୍ଚି ଜୟନ୍ତୀ ସମାରୋହରେ ଯୋଗଦେଇଛନ୍ତି। ବୌଦ୍ଧ ସନ୍ନ୍ୟାସୀମାନଙ୍କର ସ୍ବାଗତ ସତ୍କାର ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାରର ସୁବିଧା କରାଯାଇଥିଲା।