ଧାମନଗର ଭୋଟ ଆରମ୍ଭ

ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗହଣ ଆରମ୍ଭ ହୋଇଛି । ଭୋଟରଙ୍କ ଭିଡ ସକାଳୁ ସକାଳୁ ଦେଖିବାକୁ ମିଳିଛି । ଧାଡିରେ ଭୋଟ ଦେଉଛନ୍ତି ଭୋଟର । ମୋଟ୍ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ଆଜି ୨ଲକ୍ଷ ୩୮ ହଜାର ୪୧୭ ଭୋଟର ମତଦାନ ଦେବେ ।  ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ ହଜାରରୁ ଅଧିକ ଭୋଟର ।

ଧାମନଗରେ ମୋଟ ୨୫୨ଟି ବୁଥରେ ଭୋଟିଂ ହେଉଛି। ୧୧୦ ସମ୍ବେଦନଶୀଳ ବୁଥ ରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୨୬ଟି ବୁଥର ଓ୍ବେବକାଷ୍ଟିଂ ହେଉଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅବଜରର୍ଭର ରହିଛନ୍ତି। ୧୫ଟି ଆଦର୍ଶ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି।  ବୁଥର ୧୦୦ ମିଟର ମଧ୍ୟରେ କିଛି ମେଳି କଲେ ତେବେ ତାଙ୍କୁ ଗିରଫ କରାଯିବାର ନିୟମ ରହିଛି।  ଭୋଟର ପରିଚୟ ପତ୍ର ବ୍ୟତୀତ ୧୨ଟି ଅନ୍ୟ  ପରିଚୟ ପତ୍ର ଦେଖାଇ ମତଦାତା ଭୋଟ ଦେଇ ଦେଉଛନ୍ତି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସୁରକ୍ଷା ପାଇଁ  ୪ଟି ସେଣ୍ଟ୍ରାଲ ଟିମ୍ ଓ ହଜାର ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି।