ତିହିଡ଼ିରେ ନିର୍ବାଚନୀ ହିଂସା

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସରିବା ପରେ ବି ନିର୍ବାଚନୀ ହିଂସା ହୋଇଛି । ଗୋଟିଏ ଦଳର ସମର୍ଥକମାନେ ବାପ ଝିଅଙ୍କୁ ମାଡ ମାରିଥିବା ଝିଅ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଝିଅ କହିଛନ୍ତି । ଏହାଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏମାନେ ସଂପର୍କରେ ବାପା ଝିଅ।