ନୂଆଦିଲ୍ଲୀ:ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଲୋକସଭାରେ ଗୃହୀତ ହୋଇଛି । ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ଅଣାଯାଇଥିବା ବିଲ୍ ଲୋକସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଯାଇଛି। ବିଲ୍ର ପ୍ରାବଧାନ ଅନୁଯାୟୀ ଉପରାଜ୍ୟପାଳ ହିଁ ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ। ସମ୍ବିଧାନର ଧାରା ୨୩୯AA ଅନୁସାରେ ଦିଲ୍ଲୀ ସମ୍ପର୍କିତ କୌଣସି ପ୍ରସଙ୍ଗରେ ସଂସଦ ଆଇନ କରିପାରିବ । ଏନେଇ ବିଜେଡି ପକ୍ଷରୁ ପିନାକୀ ମିଶ୍ର କହିଥିଲେ, କେନ୍ଦ୍ର ଚାହିଁଲେ ଏହି ନିୟମ ଓଡ଼ିଶା, ରାଜସ୍ଥାନ କି ପଶ୍ଚିମବଙ୍ଗ ପାଇଁ ଆଣିପାରିବେ ନାହିଁ । କାରଣ ଦିଲ୍ଲୀ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ । ସମ୍ବିଧାନରେ ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଇଥିବାରୁ ବିଜେଡି ସମର୍ଥନ କରିଥିବା କହିଛନ୍ତି ପିନାକୀ ମିଶ୍ର ।ଦିଲ୍ଳୀରେ ବିଜେପି ଏବଂ କଂଗ୍ରେସ ସରକାର କିଭଳି ଅତୀତରେ ଏକାଠି କାମ କରିଛନ୍ତି ତାହା ଉଲ୍ଲେଖ କରି ଗୃହମନ୍ତ୍ରୀ ଅମିତ ଶାହ ଆପ୍କୁ କଟାକ୍ଷ କରିଛନ୍ତି। ଶାହ ମଧ୍ୟ ସମସ୍ତ ଇଣ୍ଡିଆ ମେଣ୍ଟର ସାଂସଦଙ୍କୁ ଦିଲ୍ଲୀ ସଂକ୍ରାନ୍ତରେ ଚିନ୍ତା କରିବାପାଇଁ କହିଛନ୍ତି। ସେ କହିଛନ୍ତି, ସମସ୍ତ ଦଳକୁ ଏହା ମୋର ଅନୁରୋଧ ଯେ କେବଳ ରାଜନୈତିକ ଫାଇଦାପାଇଁ ଏବଂ ନିର୍ବାଚନ ଜିତିବାପାଇଁ ଏଭଳି ରାଜନୀତିକୁ ସମର୍ଥନ କରିବା ଠିକ୍ ନୁହେଁ। ବିରୋଧୀ ସାଂସଦମାନେ ମେଣ୍ଟ ବଦଳରେ ଦିଲ୍ଲୀ କଥା ଚିନ୍ତା କରିବା ଏବଂ ଲୋକଙ୍କ ସ୍ବାର୍ଥକୁ ତ୍ୟାଗ ନକରିବାପାଇଁ ଶାହ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Prev Post