ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ

ଝାରସୁଗୁଡା : ଶେଷରେ ଝାରସୁଗୁଡ଼ା  ଉପନିର୍ବାଚନ ପାଇଁ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଯାହା ପୂର୍ବରୁ ଚର୍ଚା ହେଉଥିଲା ତାହା ହିଁ ହୋଇଛି ।  ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମୁଖ୍ୟମନ୍ତ୍ରୀ ଟିକେଟ ଦେବାକୁ ଘୋଷଣା କରିଛନ୍ତି ।  ଦୀପାଳି ଦାସଙ୍କୁ ବିଜେଡିର ପ୍ରାର୍ଥୀ ଭାବେ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଝାରସୁଗୁଡା ଉପନିର୍ବାଚନ ପାଇଁ ମାର୍ଚ୍ଚ ୨୯ରେ ତାରିଖ ଘୋଷଣା ହୋଇସାରିଛି। ମେ’ ୧୦ରେ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ ହେବାକୁ ଥିବାବେଳେ ବିଜେଡି କାହାକୁ ଟିକେଟ ଦେବ ତାକୁ ନେଇ ଚର୍ଚା ଚାଲିଥିଲା ।  ଏପ୍ରିଲ ୧୩ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ। ଏହାସହ ଏପ୍ରିଲ ୨୧ରେ ନାମାଙ୍କନ ଯାଞ୍ଚ ହେବ। ୨୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରାଯିବ।  ଝାରସୁଗୁଡାରେ ୧ ଲକ୍ଷ ୯୭ ହଜାରରୁ ଅଧିକ ଭୋଟର ରହିଛନ୍ତି। ତେବେ ବିଜେପି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାହା ଦେଖିବାକୁ ବାକି ରହିଲା ।