୯ ତାରିଖରେ ବାତ୍ୟା ସମ୍ଭବାନା

ଭୁବନେଶ୍ୱର: ଖରାଦିନେ ବାତ୍ୟାକୁ ନେଇ ଏବେ ବଡ଼ ଚିନ୍ତା । ବାତ୍ୟା ଆସିବାକୁ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ବାତ୍ୟାର ସ୍ପଷ୍ଟତା ନେଇ କିଛି ପ୍ରକାଶ କରାଯାଇନାହିଁ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ମେ’ ୯ ତାରିଖରେ ବାତ୍ୟାର ସମ୍ଭବାନା ରହିଛି। ପୂର୍ବ ଆକଳନ ଅନୁସାରେ, ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଲଘୁଚାପ ଘନୀଭୂତ ହୋଇ ୮ ତାରିଖ ବେଳକୁ ଅବପାତ ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗକୁ ଗତି କରିବା ସମ୍ଭାବନା ରହିଛି। ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି।