ବିଶ୍ବସ୍ତରୀୟ ହେବ କଟକ ରେଳ ଷ୍ଟେସନ୍
କଟକ: ଦେଶରେ ଐତିହ୍ୟ, ସାଂସ୍କୃତି ସହ ଜଡିତ ଥିବା ରେଳ ଷ୍ଟେସନଗୁଡ଼ିକୁ ସୈାନ୍ଦର୍ଯ୍ୟକରଣ କରାଯାଇ ବିଶ୍ବସ୍ତରୀୟ ରେଳ ଷ୍ଟେସନ କରିବାକୁ ପଦକ୍ଷେପ ନିଆଯାଉଛି । ଏହି ଷ୍ଟେସନଗୁଡ଼ିକ ମଧ୍ୟରେ ରହିଛି କଟକ ରେଳ ଷ୍ଟେସନ । ଆଗାମୀ କିଛି ଦିନ ମଧ୍ୟରେ ନୂଆ ରୂପ ପାଇବ କଟକ ରେଳ ଷ୍ଟେସନ୍ । ବାରବାଟୀ ଦୁର୍ଗ ପରି ଷ୍ଟେସନର ପୁନଃସୌନ୍ଦର୍ଯ୍ୟକରଣ କରାଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟ କରିଛନ୍ତି । କଟକ ଷ୍ଟେସନର ନୂଆ ନକ୍ସାକୁ ଚୂଡାନ୍ତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।କଟକ ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଆଉ ସେହି ଡିଜାଇନକୁ ଟ୍ୱିଟ୍ କରି ଜନସାଧାରଣଙ୍କ ମତାମତ ଚାହିଁଥିଲେ । ଅଶ୍ୱିନୀ ବୈଷ୍ଣବଙ୍କ ଏହି ଡିଜାଇନକୁ ୭୪ ପ୍ରତିଶତରୁ ଅଧିକ ଜନସମର୍ଥନ ମିଳିଥିଲା । ଲୋକଙ୍କ ମୂଲ୍ୟାୟନ ଓ ବିପୁଳ ସମର୍ଥନକୁ ଆଧାର କରି ରେଳମନ୍ତ୍ରୀ ସେହି ପ୍ରସ୍ତାବିତ ଡିଜାଇନକୁ ଚୂଡାନ୍ତ କରିଛନ୍ତି । କିଛି ଦିନ ଭିତରେ କଟକ ଷ୍ଟେସନ ଏପରି ଦେଖାଯିବ ।