ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ

ଜାତୀୟ ସ୍ତରରେ ପାଳିତ ହେଉଛି ଉତ୍କଳକେଶରୀଙ୍କ ଜୟନ୍ତୀ । ବର୍ଷ ବ୍ୟାପୀ ଚାଲିବ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, କୃଷି, ଶିଳ୍ପାୟନ କ୍ଷେତ୍ରରେ ଡକ୍ଟର ମହତାବଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉତ୍କଳକେଶରୀଙ୍କ ଯୋଗଦାନକୁ ମନେପକାଇଥିଲେ ରାଷ୍ଟ୍ରପତି।  ମୁଖ୍ୟମନ୍ତ୍ରୀ କହିଲେ, ହୀରକୁଦ ବନ୍ଧ ପାଇଁ ମହତାବଙ୍କୁ କେବେ ଭୁଲିହେବନି । ଉତ୍କଳକେଶରୀଙ୍କୁ ଓଡ଼ିଆ ଅସ୍ମିତାର ଜୀବନ୍ତ ପ୍ରତିଧ୍ଵନୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।