ଅପରାଧରେ ଓଡ଼ିଶା ୧୨ ନମ୍ବର

ଏନ୍‌ସିଆର୍‌ବି ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ମହିଳାଙ୍କ ଉପରେ ଦୁଷ୍କର୍ମ ମାମଲା ମଧ୍ୟ ବଢ଼ୁଛି । ଓଡ଼ିଶାରେ ରୁଜୁ ହୋଇଥିବା ୩୧ହଜାର ୩୫୨ ମାମଲାରୁ ୧୪୫୬ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ୧୨ଜଣ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ୧୫୧ଜଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି ।

୨୦୨୦ ତୁଳନାରେ ରାଜ୍ୟରେ ୨୦୨୧ରେ ଅଧିକ ୨୧ହଜାର ୧୯୦ ମାମଲା ରୁଜୁ ହୋଇଛି। ମାମଲା ମଧ୍ୟରେ କେବଳ ମହିଳା ବିରୋଧୀ ଅପରାଧ (୨୭.୬% ବଢ଼ିଛି) ରହିଛି। ୨୦୨୦ରେ ପ୍ରାୟ ୮୨ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ୨୦୨୧ରେ ଏହା ୮୦ ପ୍ରତିଶତକୁ ଖସି ଆସିଛି। ଓଡ଼ିଶାରେ ରୁଜୁ ହୋଇଥିବା ୩୧ହଜାର ୩୫୨ ମାମଲାରୁ ୧୪୫୬ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଥିବା ବେଳେ ୧୨ଜଣ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ୧୫୧ଜଣ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ସେହିଭଳି ୫ହଜାର ୧୭୫ମହିଳା ଅପହରଣର ଶିକାର ହୋଇଥିବା ବେଳେ ୨୧୫ଜଣ ମହିଳାଙ୍କୁ ଅପହରଣ କରି ବିବାହ କରିବାକୁ ବାଧ୍ୟ କରାଯାଇଛି।