ସାରା ଦେଶରେ କଂଗ୍ରେସ କରୁଛି ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଏହି ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ସରକାର ବିରୋଧରେ ପ୍ରଦର୍ଶନ କରିବ । ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟିକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଛି ।
ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତରେ ଆଜି ଏକଛତ୍ରବାଦ ଶାସନ ଚାଲିଛି । ବିରୋଧୀଙ୍କୁ ସଂସଦରେ କହିବାକୁ ସମୟ ଦିଆଯାଉନି । କେନ୍ଦ୍ରୀୟ ସଂସ୍ଥାକୁ ବିରୋଧୀଙ୍କ ବିରୋଧରେ ଜାଣିଶୁଣି ଲଗାଯାଉଛି । ସବୁ କେନ୍ଦ୍ରୀୟ ସଂସ୍ଥା ଏବେ ଆରଏସଏସର ନିୟନ୍ତ୍ରଣରେ ରହିଛି ।
ଆମ ସରକାର ଥିବାବେଳେ ଏହି ସବୁ ସଂସ୍ଥା ନିଷ୍ପକ୍ଷ ଥିଲା । ଏବେ ଏହାକୁ ନିୟନ୍ତ୍ରଣ କରାଯାଉଛି । ଏବେ ସବୁଠୁ ଅଧିକ ବେରୋଜଗାରୀ ଭାରତରେ ରହିଛି । ସବୁଠୁ ଅଧିମ ଦରବୃଦ୍ଧି ମଧ୍ୟ ଭାରତରେ ଦେଖାଦେଇଛି ।
ବିଭିନ୍ନ ରାଜ୍ୟରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଓଡ଼ିଶାରେ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ବିରୋଧ ପ୍ରଦର୍ଶନ କରୁଛି । ଦିଲ୍ଲୀ ପୁଲିସ କଂଗ୍ରେସର ଏପରି ପ୍ରଦର୍ଶନକୁ ଅନୁମତି ଦେଇ ନଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଡରୁନାହାଁନ୍ତି । ବିଜେପି କେନ୍ଦ୍ରୀୟ ଏଜେନିସକୁ ଲଗାଇ କଂଗ୍ରେସ ନେତାଙ୍କ ଉପରେ ନିର୍ଯ୍ୟାତନା ଦେଉଛି ବୋଲି କହିଛନ୍ତି ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ । ରାଜଭବନ ଘେରାଉ ସମୟରେ କଂଗ୍ରେସ ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା ବେଳେ ଧସ୍ତାଧସ୍ତି -ପୁଲିସ୍ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ ।