କଂଗ୍ରସରୁ କ୍ରସ ଭୋଟିଂ: ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମୋକିମ୍

ଭୁବନେଶ୍ବର: ଓଡ଼ିଶାର ଆଦିବାସୀ ଝିଅ ପୂର୍ବତନ ରାଜ୍ୟପାଳ ଦ୍ରୈାପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କଲାପରେ ବିରୋଧୀଙ୍କ ମଧ୍ୟରେ ମତଭେଦ ଲାଗିରହିଥିଲା । ଯାହାକି ଆଜି ଭୋଟ ବେଳେ ଦେଖିବାକୁ ମିଳିଛି । କଂଗ୍ରେସର କିଛି ବିଧାୟକ କଂସ ଭୋଟିଂ କରିଥିବା ମାନିଛନ୍ତି । ବିଶେଷ କରି କଂଗ୍ରେସ ଯଶୋବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରାଇ ବିରୋଧୀ ଦଳ ଗୁଡ଼ିକୁ ସମର୍ଥନ କରିବା ପାଇଁ ଆହ୍ବାନ ଦେଇଥିଲା । ଦ୍ରୈାପଦୀ ମୁର୍ମୁ ପ୍ରାର୍ଥୀ ହେବା ପରେ ଓଡ଼ିଶା କଂଗ୍ରେସ ହରଡ଼ ଘଣାରେ ପଡିଥିଲା । ଦଳୀୟ ପ୍ରାର୍ଥୀକୁ ଭୋଟ ଦେବେ କିମ୍ବା ଓଡ଼ିଶାର ଝିଅ ଦ୍ରୈାପଦୀଙ୍କୁ ଭୋଟ ଦେବା ନେଇ ନେତାଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥିଲା । ବିଜେପି ନେତୃତ୍ବାଧୀନ ଏନଡିଏ ଦ୍ରୈାପଦୀଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେଡି କିନ୍ତୁ ଦ୍ରୈାପଦୀଙ୍କ ପାଇଁ ରାଜ୍ୟର ସବୁଦଳଗୁଡିକୁ ଆହ୍ବାନ ଦେଇଥିଲା । ଏଭଳିକି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ( ବବି) କଂଗ୍ରେସ ଭବନ ଯାଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦ୍ରୈାପଦୀଙ୍କ ସପକ୍ଷରେ ଭୋଟ ଦେବାକୁ ଅନୁରୋଦ କରିଥିଲେ ।

କିନ୍ତୁ କଂଗ୍ରେସର ତାରା ପ୍ରସାଦ ବାହିନିପତୀ, ସୁରେଶ କୁମାର ରାଉତରାୟ, ଦ୍ରୈାପଦୀ ସପକ୍ଷରେ କହିଥିଲେ ମଧ୍ୟ ଶେଷରେ ଦଳୀୟ ଚାପରେ ସ୍ବର ବଦଳାଇଥିଲେ । କଂଗ୍ରେସର ଅସନ୍ତୁଷ୍ଟ ବିଧାୟକ ପିସିସି ସଭାପତି ଚୟନ ପରେ ଅସନ୍ତୁଷ୍ଟ ହୋଇଥିବା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ । ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି (ଏଆଇସିସି) ନିଷ୍ପତ୍ତି ନେଇଥିବା    ,ପ୍ରାର୍ଥୀ  ଯଶୋବନ୍ତ ସିହ୍ନାଙ୍କୁ ଦଳ ଭୋଟ ଦେବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଘୋଷଣା କରିଥିଲେ ।

ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହୁଇପ କାର୍ଯ୍ୟକାରୀ ହେଉନଥିବାରୁ ସ୍ବାଧୀନ ଭାବେ ଭୋଟ ଦେବା ଅଧିକାର ସାଂସଦ ଏବଂ ବିଧାୟକଙ୍କର ରହିଛି । ବିଧାୟକ ମୁକିମ ଦ୍ରୈାପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଏବେ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି । ପିସିସି ପରିବର୍ତନଠାରୁ ବିଧାୟକ ମୋକିମ ମନ ପରିବର୍ତ୍ତନ କରିଥିବା କୁହାଯାଉଛି । ମହମ୍ମଦ ମୋକିମ ପ୍ରତିକ୍ରିୟାରେ କହିଛନ୍ତି ସେ ଓଡ଼ିଆ ଝିଅକୁ ବିବେକ ଅନୁସାରେ ଭୋଟ ଦେଇଛନ୍ତି । କଂଗ୍ରେସର ଆଦିବାସୀ ଭୋଟ ହେଉଛି ଆଧାର । ତେଣୁ ସେ ଆଦିବାସୀ ଓଡ଼ିଆ ଝିଅକୁ ଭୋଟ ଦେବାପାଇଁ ନିଷ୍ପତ୍ତି ନେଇଥିଲେ ।

ଆଜି ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ମୋକିମଙ୍କ କ୍ରସ ଭୋଟିଂ ରାଜ୍ୟ କଂଗ୍ରେସକୁ ଅଡ଼ୁଆରେ ପକାଇଛି । ଦଳ ଭିତରେ ମତବାଦ ଓ ଦଳୀୟ କନ୍ଦଳ ଲାଗିରହିଥିବାରୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ବଡ଼ ଆହ୍ବାନ ହୋଇଛି । ଶରତ ପଟ୍ଟନାୟକ ସମସ୍ତଙ୍କୁ ସାଥିରେ ନେଇ ଯେଉଁ ଆଭିମୁଖ୍ୟ ରଖିଥିଲେ ତାହା  ମୋକିମଙ୍କ କ୍ରସ ଭୋଟିଂ ଏବେ ତାଙ୍କପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟିକରିଛି ।

ସେପଟେ ଆସାମ କଂଗ୍ରେସରେ ମଧ୍ୟ କିଛି ବିଧାୟକ କଂଗ୍ରେସ ଭୋଟିଂ କରିଥିବା ସ୍ପଷ୍ଟ କରିଛନ୍ତି । ଗତକାଲି ଯେଉଁ ବୈଠକ ବସିଥିଲା ସେଥିରେ 3 ଜଣ ବିଧାୟକ ଯୋଗଦେଇଥିଲେ ।