ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲ ରେ ଛାତ୍ରୀଙ୍କ ଆତ୍ମହତ୍ୟା
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲ ରେ ଛାତ୍ରୀଙ୍କ ଆତ୍ମହତ୍ୟା । +୨ ଦ୍ୱିତୀୟ ବର୍ଷର ଛାତ୍ରୀ । ଉତ୍କଳିକା ସ୍ୱାଇଁ। କେନ୍ଦ୍ରାପଡ଼ା ଜିଲ୍ଲାର ୩ ଜଣିଆ ରୁମ୍ ହଷ୍ଟେଲରେ ରୁହନ୍ତି । କେହି ନଥିବା ବେଳେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୁଚନା ଅନୁଯାୟୀ ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ଆଜି ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ସହପାଠିନୀ ମାନେ କବାଟ ବାଡ଼େଇଥିଲେ । ମାତ୍ର କବାଟ ନଖୋଲିବାରୁ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।