ବିରଳ ରାେଗରେ ପୀଡ଼ିତ କୁନି ଝିଅକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ ଲକ୍ଷ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣଛନ୍ତି। ଏହା ସହ ଅଭିଯୋଗର ସମାଧାନ ନେଇ ଦୂର ଦୂରାନ୍ତରୁ ଆସିଥିବା ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଷ୍ଟମ ଥର ପାଇଁ ଏହି ଶୁଣାଣି ହୋଇଛି। ଆଜି ପର୍ଯ୍ୟନ୍ତ ୮୦୩୧ଟି ଦରଖାସ୍ତ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।  ହେଲେ ଏଥି ମଧ୍ୟରୁ ୬୫୪୫ ଅଭିଯୋଗର ଶୁଣାଣି ଶେଷ ହୋଇଛି। ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି।
ଏହା ସହ ମୁଖ୍ୟମନ୍ତ୍ରୀ ଖହିଛନ୍ତି ବେଶୀ ଖର୍ଚ୍ଚାନ୍ତ ନ ହୋଇ ଭୁବନେଶ୍ବର ନ ଆସି ପ୍ରଥମେ ଜିଲାପାଳଙ୍କୁ ଜଣାନ୍ତୁ।

ଅନ୍ୟପକ୍ଷେ ଖରାରେ ଏକ କୁନି ଝିଅର ସ୍କିନ ପୋଡ଼ିଯାଉଥିବା ବେଳେ ଏଭଳି ଏକ ବିରଳ ରୋଗରେ ପୀଡିତ କୁନି ଝିଅଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଦେଖୁ ଦେଖୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୫ ଲକ୍ଷ ସହାୟତା ଦେଇଛନ୍ତି ।