ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ। ସମସ୍ତ ୪ଟି ପଦବୀରେ ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଛାତ୍ରସଂଘ ସଭାପତି ଭାବେ ବିଜୟୀ ହୋଇଛନ୍ତି ଏଆଇଏସଏର ଅଦିତି ମିଶ୍ରା । ଏବିଭିପି ପ୍ରାର୍ଥୀ ବିକାଶ ପଟେଲଙ୍କୁ ପରାଜିତ କରି ସଭାପତି ଭାବେ ଜିତିଛନ୍ତି ଅଦିତି । ଉପସଭାପତି, ସାଧାରଣ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦରେ ମଧ୍ୟ ବିଜୟଧ୍ବଜା ଉଡାଇଛି ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ । କଡା ଟକ୍କର ଦେଇଥିଲେ ଏବିଭିପି ପ୍ରାର୍ଥୀ । ଛାତ୍ରସଂଘ ସଭାପତି ହୋଇଥିବା ଅଦିତିଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ଏବେ ଜେଏନୟୁରେ ପିଏଚଡି କରୁଛନ୍ତି। ଗତବର୍ଷ କେବଳ ଗୋଟିଏ ପଦବୀକୁ ଛାଡି ଅନ୍ୟ ପଦବୀରେ ଜେଏନୟୁରେ ଲାଲ ଧ୍ବଜା ଉଡାଇଥିଲା ଏଆଇଏସଏ ଓ ଏସଏଫଆଇ । ଜେଏନୟୁ ଛାତ୍ର ସଂଘ ନିର୍ବାଚନରେ ମୋଟ ୯,୦୪୩ ଛାତ୍ରଙ୍କ ମଧ୍ୟରୁ ୬୭ ପ୍ରତିଶତ ମତଦାନ ହୋଇଥିଲା । ମୁଖ୍ୟତଃ ସଭାପତି ପଦ ପାଇଁ ଏବିଭିପି ତରଫରୁ ବିକାଶ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ୧୪୪୭ ଭୋଟ ମିଳିଥଥିଲା । ତାଙ୍କୁ ବାମ ଛାତ୍ର ସଂଗଠନର ଅଦିତି ମିଶ୍ରା ୧୮ ଶହ ଭୋଟରେ ପରାଜିତ କରିଛନ୍ତି । ସେହିଭଳି ଉପସଭାପତି ପଦରେ ଗୋପିକା ବାବୁ ଓ ସାଧାରଣ ସମ୍ପାଦକ ପଦରେ ସୁନିଲ ଯାଦବ ବିଜୟୀ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ପଦରେ ଦାନିଶ ଅଲ୍ଲୀ ବିଜୟୀ ହୋଇଛନ୍ତି । ସଭାପତି ପଦରେ ବିଜୟୀ ହୋଇଥିବା ଅଦିତି ଉତ୍ତରପ୍ରଦେଶ ବନାରସର ବାସିନ୍ଦା । ସେ ବିହାରରେ ସ୍କୁଲ ଶିକ୍ଷା ସମାପ୍ତ ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଗ୍ରାଜୁଏସନ କରିଛନ୍ତି । ଗ୍ରାଜୁଏସନ ପରେ ଅଦିତି ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ସାଉଥ୍ ଏସିଆନ ଷ୍ଟଡିଜରେ ମାଷ୍ଟର୍ସ କରିଛନ୍ତି । ଏବେ ସେ ଜେଏନୟୁରେ ସେଣ୍ଟର ଫର କମ୍ପରେଟିଭ୍ ପଲିଟିକ୍ସ ଆଣ୍ଡ ପଲିଟିକାଲ ଥିଓରୀରେ ପିଏଚଡି କରୁଛନ୍ତି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ