ନୀତି ଆୟୋଗ ବୈଠକରେ ଓଡ଼ିଶା ଉପରେ ଅଧିକ ଫୋକସ ରଖିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ପ୍ରତିବର୍ଷ ସାମନା କରୁଥିବାରୁ ରାଜ୍ୟକୁ ଅଧିକ ଅର୍ଥ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଦେଶରେ କୋଭିଡ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଯେଭଳି ପ୍ରଦର୍ଶନ କରିଛି ତାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ ଖେଳାଳିମାନେ ଏଥର ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ସେ କହିଛନ୍ତି । ଏହା ସହ ଖେଳାଳି ମାନଙ୍କୁ ଆନ୍ତରିକତା ଶୁଭେଚ୍ଛ ଏବଂ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଟେଲିକମ୍, ରେଳବାଇ ଏବଂ ବ୍ୟାଙ୍କିଂ ସେବା ଓଡ଼ିଶାରେ ପହଞ୍ଚିବାରେ ବିଳମ୍ଭ ହୋଇଛି । ଏସବୁ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦେବାର ବେଳ ଆସିଛି । ତେଣୁ ଏସବୁ କ୍ଷେତ୍ରରେ କେନ୍ଦ୍ରକୁ ସ୍ଵତନ୍ତ୍ର ଫୋକୋସ୍ ଦେବାକୁ ପଡିବ ବୋଲି କହିଛନ୍ତି ନବୀନ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ମଧ୍ୟ ଓଡ଼ିଶାପ୍ରତି ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ଏହାଦ୍ବାରା କୃଷକମାନେ ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ ରାଜ୍ୟକୁ ଅଧିକ ଗୃହର ଆବଶ୍ୟକତା ଥିବା ମୁଖ୍ୟମନ୍ତ୍ରୀ ବୈଠକରେ କହିଛନ୍ତି । ଅନେକ ଆଦିବାସୀ ଏବେ ବି ଗୃହ ପାଇବାରୁ ବଂଚିତ ଅଛନ୍ତି । ଏହା ସହ ରାଜ୍ୟର ଐତିହ୍ୟ ସ୍ଥଳର ସଂରକ୍ଷଣ ପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ ସମେତ ଅନ୍ୟ ଐତିହାସିକ ସ୍ଥଳର ସୁରକ୍ଷା ଏବଂ ସରଣକ୍ଷ କରିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।