ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ

ଜନଗଣନା ବେଳେ ଜନଗଣନା ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ବ ସଚିବ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ କରିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବୈଠକ ପରେ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ । ଏହି ସମୟରେ ଜନଗଣନା କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଂ କରିବେ ଜିଲ୍ଲପାଳ । ଜନଗଣନା ଅଧିକାରୀଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ସହ ଆଲୋଚନା ହୋଇଛି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ଯେଉଁ ଶିକ୍ଷକ ମାନେ ଏହି କାମରେ ନିୟୋଜିତ ଅଛନ୍ତି ସେହି ସ୍କୁଲରେ ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ ଯେପରି ପ୍ରଭାବିତ ହେବ ନାହିଁ ସେଥିପ୍ରତି ଧ୍ୟାନ ଦିଆଯିବ । ଏହି କାର୍ଯ୍ୟରେ ୩୧୨ ଜଣ ଚାର୍ଜ ଅଫିସର ସହ ଏକ ଲକ୍ଷ ଅଧିକାରୀ ଜନଗଣନାରେ ନିୟୋଜିତ ଅଛନ୍ତି । ଅଧିକାଂଶ ଶିକ୍ଷକ ନିୟୋଜିତ ଅଛନ୍ତି ।ସୁବର୍ଣ୍ଣପୁରରେ ଯେଉଁ ବ୍ୟକ୍ତିଙ୍କର ଜନଗଣନା କାର୍ଯ୍ୟରେ ଦେହାନ୍ତ ଖବର ଆସୁଛି ତାଙ୍କ ଘର ଲୋକ ପୋଷ୍ଟ ମର୍ଟମ କରିନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛୁ । ସେହିଭଳି କାମାକ୍ଷାନଗରରେ ଜନଗଣନା ଅଧିକାରୀଙ୍କୁ ମାଡ଼ ଘଟଣାରେ ଏସ୍ପିଙ୍କ କଥା ହେଲେ ରାଜସ୍ୱ ମନ୍ତ୍ରୀ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ ।

Leave a comment