ଭିଜିଲାନ୍ସ ଜାଲରେ ସିଡିପିଓ ସାରାଣୀ ପାଣିଗ୍ରାହୀ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଗଞ୍ଜାମ ଜିଲା ବେଗୁନିଆପଡା ସିଡିପିଓ ସାରାଣୀ ପାଣିଗ୍ରାହୀ। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଆଗରେ ଧରାପଡିଛନ୍ତି। ଏକ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ସିଡିପିଓ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଉକ୍ତ କର୍ମଚାରୀ ଭିଜିଲାନ୍ସକୁ ଜଣାଇଥିଲେ।

ଅଭିଯୋଗ ଅନୁଯାୟୀ ବେଗୁନିଆପଡ଼ା ବ୍ଳକ କୁମ୍ଭାର ଗାଁ ପଞ୍ଚାୟତ ଅନ୍ତର୍ଗତ ମାଳ ବେଲପଡା ଅଙ୍ଗନୱାଡି ସହାୟିକଙ୍କ ୧୮ ମାସର ବକେୟା ଦରମା ପ୍ରଦାନ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଅଭିଯୋଗକାରୀଣୀ ସହାୟିକା ତ୍ରିବେଣୀ ବେହେରା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏନେଇ ରେଡ୍‌ କରିବାକୁ ପ୍ରସ୍ତୁତି ହୋଇଥିଲା। ସିଡିପିଓ ନିଜ କାର୍ଯ୍ୟାଳୟରେ ୧୨ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ପରେ ସିଡିପିଓଙ୍କ ଅଫିସ ଏବଂ ସରକାରୀ କ୍ବାଟର ଛାନ୍‌ଭିନ କରାଯାଇଛି।