ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଜେରା କରିବ ସିବିଆଇ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନେତା ମନ୍ତ୍ରୀଙ୍କ ପିଛା ଛାଡୁନି ସିବିଆଇ । ତେଲେଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଏହି ମାମଲାରେ ଜେରା କରିବ ସିବିଆଇ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ତାଙ୍କ ବାସଭବନରେ ସିବିଆଇ ପଚରାଉଚରା କରିବ ବୋଲି ସ୍ପଷ୍ଟ ହୋଇଛି। କିଛି ଦିନ ପୂର୍ବରୁ ତାଙ୍କୁ ସିବିଆଇ ନୋଟିସ ପଠାଇଥିଲା । ପ୍ରଥମ ନୋଟିସବେଳେ ହାଜିରା ହେବାପାଇଁ ସମୟ ମାଗିଥିଲେ କବିତା । ତେବେ ପଚରାଉଚରା କରିବାର କିଛି ଘଣ୍ଟା ପୂର୍ବରୁ କବିତାଙ୍କ ବାସଭବନ ନିକଟରେ ସୁରକ୍ଷା କଡାକଡି କରାଯାଇଛି।
ହାଇଦ୍ରାବାଦର ବଞ୍ଜାରା ଠାରେ ଥିବା କବିତାଙ୍କ ବାସଭବନରେ ତାଙ୍କୁ ସିବିଆଇ ଜେରା କରିବ ବୋଲି ଜଣାପଡିଛି।