ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ଏମିତି ପ୍ରତିକ୍ରିୟା ରଖିଲେ ASI
IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ରେଡ । CBI ର ୮ ଜଣିଆ ଟିମ ରେଡ କରୁଥୁବା ସୂଚନା ରହିଛି । ସରକାରୀ କ୍ଵାଟରରେ ପହଂଚି CBI ର ଟିମ ଛାନବିନ କରୁଛନ୍ତି । ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ । ସରକାରୀ କ୍ଵାଟରରେ ପହଞ୍ଚି ତନାଘନା ଜାରି ରଖିଛି CBI ଟିମ।
ପୂର୍ବରୁ ଏକ ଦୁର୍ନୀତି ମାମଲାରେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା । ଏଥିସହ ତାଙ୍କ 3 ଡ୍ରାଇଭରଙ୍କୁ ମଧ୍ୟ ସମନ କରିଥିଲା ସିବିଆଇ । ଆଜି ସକାଳୁ ପୁଣିଥରେ CBI ର ୮ ଜଣିଆ ଟିମ IAS ବିଷ୍ଣୁପଦ ସେଠୀଙ୍କ ଘରେ ରେଡ୍ କରିଛି।
ବିଷ୍ଣୁପଦ ରେଡ୍କୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ମୋ ଘରେ ଜୋରଜବରଦସ୍ତ ରେଡ୍ ଚାଲିଛି । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ ।