ଏନସିଆରବି ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୧୪,୮୫୩ଟି ନିର୍ଯାତନା ମାମଲା ରୁଜୁ ହୋଇଛି । ସେହପରି ଦୁଷ୍କର୍ମ, ଅପହରଣ ଏବଂ ନିର୍ଯ୍ୟାତନା ମାମଲା ବୃଦ୍ଧି ପାଇଛି । ଏହି ଭଳି ରାଜ୍ୟରେ ୪, ୮୮୯ ମାମଲା ରହିଛି । ଏଥିରେ ୧୪, ୮୯୧ଟି ଅସଦାଚରଣ ମାମଲା ରହିଛି ।
ତଥ୍ୟ ଅନୁସାରେ ୨୦୨୧ରେ ରାଜ୍ୟରେ ମୋଟ ୩୧ ହଜାର ୩୫୨ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ୧୫୧ଟି ଦୁଷ୍କର୍ମ ଉଦ୍ୟମ ହୋଇଛି । ସେହିପରି ୮୩୮ଟି ମହିଳା ନିର୍ଯାତନା ମାମଲା ସହ , ୧୪୫୬ଟି ଦୁଷ୍କର୍ମ ଅଭିଯୋଗ ହୋଇଛି, ୧୨ଟି ଦୁଷ୍କର୍ମ ସହ ହତ୍ୟା ହୋଇଛି । ୫୬୫ଟି ସାଇବର କ୍ରାଇମ ମାମଲା ରହିଛି । ୫,୧୭୫ଟି ଅପହରଣ ମାମଲା ରୁଜୁ ହୋଇଛି । ୨୯୩ଟି ଯୌତୁକଜନିତ ହତ୍ୟା ମାମଲା ସହ ଓଡ଼ିଶା ଦେଶର ଷଷ୍ଠ ସ୍ଥାନରେ ରହିଛି । ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ୨୭ଟି ମାମଲା ରୁଜୁ ହୋଇଛି। ୩ ଜଣ ଏସିଡ୍ ଆକ୍ରମଣର ଶିକାର ରହିଛନ୍ତି ।