ଡ୍ରଗ ବିରୋଧୀ ଅଭିଯାନରେ ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା,ଅଭିଯୁକ୍ତ ଜାକିରୁଲ ଇସଲାମ ଗିରଫ

ବ୍ରାଉନସୁଗର ବେପାରୀକୁ ମାଡ଼ି ବସିଲା କମିଶନରେଟ  ପୋଲିସ। ଡ୍ରଗ ବିରୋଧୀ ଅଭିଯାନରେ ସ୍ପେଶାଲ କ୍ରାଇମ ୟୁନିଟକୁ ବଡ଼ ସଫଳତା। ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ଜାକିରୁଲ ଇସଲାମ। ତା’ଠାରୁ ୨୬୩ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୬ଲକ୍ଷ ୫ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ପୋଲିସ।

ତେବେ ଜାକିରୁଲ ବାବୁଘାଟରୁ ଭୁବନେଶ୍ୱର ସିଆରପି ଛକରେ ଆସି ଡ୍ରଗ୍ସ କାରବାର କରୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ଜାକିରୁଲକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। ତେବେ ବ୍ରାଉନସୁଗର କାରବାର ଚେର ଭୁବନେଶ୍ବରରୁ ପଶ୍ଚିମବଙ୍ଗ ଲମ୍ବିଥିବା ବେଳେ ଏହି ନେଟୱର୍କ ବାବଦରେ ଅଧିକ ଛାନଭିନ କରୁଛି ସ୍ପେଶାଲ କ୍ରାଇମ ୟୁନିଟ୍ ।

ପୋଲିସର ସୂଚନା ଅନୁସାରେ, ଏହି ଡ୍ରଗ୍ସ କାରବାରର ଚେର ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସନ୍ଦେହ କରାଯାଉଛି। ତେଣୁ ଏହି କାରବାର ପଛରେ ଆଉ କେଉଁମାନେ ରହିଛନ୍ତି ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ସେନେଇ ସ୍ପେଶାଲ କ୍ରାଇମ ୟୁନିଟ୍ ପକ୍ଷରୁ ଛାନଭିନ ଜାରି ରହିଛି। ଡ୍ରଗ୍ସ କାରବାରକୁ ରୋକିବା ପାଇଁ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Leave a comment