ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ

ଧାମନଗର: ମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟ ଲାଭ କରିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନରେ ପ୍ରାୟ ୯୮୮୧ ଭୋଟରେ  ବିଜୟ ଲାଭ କରିଛନ୍ତି। ଧାମନଗରବାସୀ ସୂର୍ଯ୍ୟବଂଶୀ ସୂରଜକୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଥିସହ ଭାରତୀୟ ଜନତା ପାର୍ଟି ନିଜ ଆସନକୁ ବଜାୟ ରଖିବାରେ ସଫଳ ହୋଇଛି। ସୂରଜ କହିଛନ୍ତି ସମସ୍ତଙ୍କ ଭଲ ପାଇବା ପାଇଛି । ଏ ଋଣ ପରିଶୋଧ କରିବା ମୋ ପାଇଁ ଆହ୍ୱାନ । ଧାମନଗରର ଯୁବକଟିଏ ଲଢୁଥିଲା, ମାଆଟିଏ ଲଢୁଥିଲା, ଚାଷୀ ଭାଇଟିଏ ଲଢୁଥିଲା । । ଧାମନଗରବାସୀ ନିର୍ବାଚନ ଲଢୁଥିଲେ । ଜିତିବା ପରେ ଏମିତି କହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

ଭାରତୀୟ ଜନତା ପାର୍ଟି (ବିଜେପି)ଉପରେ ଭରସା ରଖି ଭୋଟ ଦେଇଛନ୍ତି। ଏଠାକାର ମତଦାତାମାନେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅଧିକ ଭୋଟ ଦେଇ ବିଜୟୀ କରାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ୨୦୧୯ ସାଧାରଣ ନିର୍ବାଚନରେ ବିଷ୍ଣୁ ସେଠୀଙ୍କୁ ୮୦,୧୧୧ ଖଣ୍ଡ ଭୋଟ୍‌ ମିଳିଥିଲା। ନିକଟତମ ପ୍ରାର୍ଥୀ ରାଜେନ୍ଦ୍ର ଦାସ (ବିଜେଡି)ଙ୍କୁ ୭୫,୪୮୬ ଖଣ୍ଡ ଭୋଟ ମିଳିଥିଲା। ବିଷ୍ଣୁ ସେଠୀ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସୂଚନା ଅନୁସାରେ ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀଙ୍କ ନିକଟତମ ପ୍ରାର୍ଥୀ ତଥା ବିଜୁ ଜନତା ଦଳ (ବିଜେଡି)ର ଅବନ୍ତୀ ଦାସଙ୍କୁ ୭୦,୪୭୦ ଖଣ୍ଡ ଭୋଟ୍‌ ମିଳିଛି। ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେଡି ପାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିବା ସୂଚନା ମିଳିଛି। ଏହି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୮୧୫୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍‌ ମିଳିଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ନୋଟାକୁ ୬୫୦ ଖଣ୍ଡ ଭୋଟ୍‌ ଯାଇଛି।  ରାଉଣ୍ଡ ଗଣତି ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି।