ଆଳୁ ମିଶନ ଫେଲ୍ ପଛର କାରଣ କଣ
ଭୁବନେଶ୍ବର: ରାଜ୍ୟରେ ଆଳୁମିଶନ କାହିଁକି ଫେଲ ହେଲା । ଏହାର ଉତ୍ତର କିଏ ଦେବ । ରାଜ୍ୟ ସରକାର ଏ ଦିଗରେ କାରଣ ଖୋଜିବାକୁ କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ତାଙ୍କ କହିବା କଥା ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି ରାଜ୍ୟ ସରକାର କାମ କରୁଛନ୍ତି। କିନ୍ତୁ ପୂର୍ବରୁ ଆଳୁ ମିଶନ ପାଇଁ ଶହ ଶହ କୋଟି ଖର୍ଚ ହେଲା ତେବେ କାହିଁକି ଆଳୁ ମିଶନ ଫେଲ ହେଲା ତାହାର ଉତ୍ତର କେହି ଦେଉନାହାଁନ୍ତି । ବିଜୟ ପଟ୍ଟନାୟକ କହିଛନ୍ତି କି, ପୂର୍ବ ସରକାର ଆଳୁ ମିଶନ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି। ଦୁର୍ନୀତି ହୋଇଛି । ବର୍ତ୍ତମାନ ସରକାରଙ୍କ ପ୍ରଥମ କାମ ହେଉଛି ପୂର୍ବ ସରକାର ସମୟରେ ଆଳୁ ମିଶନ କାହିଁକି ଫେଲ୍ ହେଲା ତାର ତଦନ୍ତ କରନ୍ତୁ।