ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଓ ସୁଶାନ୍ତ ସିଂଙ୍କୁ ପରିଚାଳନା ଦାୟିତ୍ଵ
ଭୁବନେଶ୍ବର: ପଦ୍ମପୁର ଆସନରେ ବିଜେଡି ଜିତିବାକୁ ରଣନୀତି ଆରମ୍ଭ କରିଛି । ଦଳ ଏଥର ପଦ୍ମପୁର ଉପନିର୍ବାଚନରେ କିଭଳି ବିଜୟ ଲାଭ କରିବ ତାକୁ ନେଇ ପଦ୍ମପୁର ପାଇଁ ନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରିଛି। ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ବ ଦେଇଛି ଦଳ । ଏହା ସହ ପଶ୍ଚିମ ଓଡ଼ିଶାରେ ଦବଦବା ରଖିଥିବା ନେତା ସୁଶାନ୍ତ ସିଂଙ୍କୁ ନିର୍ବାଚନ ମଣ୍ଡଳୀରେ ପରିଚାଳନା ଦାୟିତ୍ଵ ଦେଇଛି।
ଏହା ସହ ଦଳ ପକ୍ଷରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପଦ୍ମପୁର ବ୍ଳକ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ନବ ଦାସଙ୍କୁ ପାଇକମାଳ ବ୍ଳକ ଦାୟିତ୍ୱ ଦିଆଯାଇଛି। ଝାରବନ୍ଧ ବ୍ଲକ ଦାୟିତ୍ୱ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦିଆଯାଇଥିବା ଜଣାପଡିଛି । ଏହି ଆସନ ହରାଇବାକୁ ଚାହୁଁନି ବିଜେଡି । ଏଥିପାଇଁ ମୂଳରୁ ସତର୍କ ହୋଇ ଅନୁଭବି ନେତାଙ୍କୁ ଦାୟିତ୍ବ ଅର୍ପଣ କରିଛି ।
ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସରୋଜ ମେହେର ଓ ପୁଷ୍ପେନ୍ଦ୍ର ସିଂ ଦେଓ ବିଭିନ୍ନ ଜୋନ ଦାୟିତ୍ଵ ସମ୍ଭାଳିବେ ବୋଲି ଜଣାପଡିଛି । ଧାମନଗରରେ ବିଜେଡି ଯେଉଁ ଭୁଲ କରିଥିଲା ଏଠାରେ ତାହା ଦୋହରାଇବ ନାହିଁ ବୋଲି ଚର୍ଚା ହେଉଛି ।