ବ୍ୟକ୍ତିଗତ ଟିପ୍ପଣୀ ଦେଇ ୨ ମହିଳାଙ୍କୁ ହତୋତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଟାର୍ଗେଟ କଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ମିଶନ ଶକ୍ତି ମାଆଙ୍କ ଉପରେ ଆପଣଙ୍କ ଏତେ ରାଗ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।  ୨୦୨୨ ପଞ୍ଚାୟତ ନିର୍ବାଚନରେ ଲୋକେ ଏହାର ଜବାବ ଦେଇଛନ୍ତି । ଏଥିରୁ ଆପଣ ବୁଝିଯିବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର । ତେଣୁ ମହିଳାଙ୍କୁ ସମ୍ମାନ ଦେବା ବିଜେପି ଶିକ୍ଷା କରିବା ଆବଶ୍ୟକ । ଯଦି ନବୁଝନ୍ତି ନିର୍ବାଚନରେ ଲୋକେ ଜବାବ ଦେବେ । ମହିଳାଙ୍କ ସମ୍ମାନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଏଭଳି କଡ଼ା ସମାଲୋଚନା କରିଛନ୍ତି ଲେନିନ ମହାନ୍ତି । ବ୍ୟକ୍ତିଗତ ଟିପ୍ପଣୀ ଦେଇ ୨ ମହିଳାଙ୍କୁ ହତୋତ୍ସାହିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଝାରସୁଗୁଡା ଉପନିର୍ବାଚନବେଳେ ଦୀପାଳିଙ୍କୁ ମଧ୍ୟ ବିଜେପିର କିଛି ନେତା ଅପମାନିତ କଲେ । ଯାହାର ଫଳ ଝାରସୁଗୁଡା ଉପ ନିର୍ବାଚନରେ ବିଜେପିକୁ ମିଳିସାରିଛି । ତେଣୁ ବିଜେପି ମହିଳାଙ୍କୁ ସମ୍ମାନ ଦେବା ଶିଖୁ ବୋଲି ସେ କହିଛନ୍ତି