୧୫ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ, ପ୍ରତିଷ୍ଠା ଦିବସ ପାଇଁ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର: ବିଜେଡିର ବଡ଼ ଷ୍ଟ୍ରାଟେଜି । ୧୫ରେ ବସିବ କାର୍ଯ୍ୟକାରିଣୀ । ପ୍ରତିଷ୍ଠା ଦିବସ ପାଇଁ ସ୍ଥିର ହେବ କାର୍ଯ୍ୟକ୍ରମ । ଫୋକସରେ ବିକାଶ ଓ  ଲୋକାଭିମୁଖୀ ଯୋଜନା । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ  । ୨୦୦୦ ମସିହାରୁ ଏଯାଏ ଅପ୍ରତିଦ୍ବନ୍ଦ୍ବୀ ଆଞ୍ଚଳିକ ଦଳ ଭାବେ ରାଜ୍ୟରେ ଶାସନ ଭାର ଗ୍ରହଣ କରିଆସିଛି । ଆସନ୍ତା ୧୫ ତାରିଖରେ ବସିବ ବିଜେଡି କାର୍ଯ୍ୟକାରିଣୀ । ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପାଇଁ କାର୍ଯ୍ୟକ୍ରମ ସ୍ଥିର ହେବ । ନିଆଯିବ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୨୪ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ରାଜ୍ୟ ସ୍ତରରେ ଯାଏ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ ବିଜେଡି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଲୋକଙ୍କ ପାଖକୁ ନେବା ସହ ଓଡ଼ିଶାର ହକ୍‌ ପାଇଁ ଲଢ଼େଇକୁ ଜୋରଦାର କରିବା ଲାଗି ବଡ଼ ନିଷ୍ପତ୍ତି ନିଆଯିବ । ସେପଟେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମକୁ ବିଭିନ୍ନ ଜିଲ୍ଲାରେ ସଫଳତା ମିଳୁଛି । ଆଗକୁ ଯୁବ ସେନାପତିମାନେ ଗ୍ରାଉଣ୍ଡରେ ଜନସେବାକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଆଲୋଚନା ହେବ।