ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
ଆଜି ବାଲେଶ୍ୱର ଜିଲା ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାରେ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବନ୍ଦ ଡାକରା ଦେଇଛି ବିଜେଡି । ବୁଧବାର ଦିନ ଆଠ ଘଣ୍ଟିଆ ବାଲେଶ୍ୱର ବନ୍ଦ ପାଳନ କରାଯାଉଥିବାରୁ ଦୋକାନ ବଜାର, ସରକାରୀ ଅଫିସ୍, ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ର ବନ୍ଦ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସାମ୍ପ୍ରତିକ ଶାସନ ବ୍ୟବସ୍ଥା ଯୋଗୁଁ ଜଣେ ଛାତ୍ରୀଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସାଙ୍ଗକୁ ଭବିଷ୍ୟତରେ ଯେଭଳି ଏମିତି ଅଘଟଣ ନଘଟେ, ସେନେଇ ସରକାର ଉଚିତ ପଦକ୍ଷେପ ନେବା ଦାବିରେ ଏହି ୮ଘଣ୍ଟିଆ ବାଲେଶ୍ୱର ବନ୍ଦ କରାଯିବ ବୋଲି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ସୂଚନା ଦେଇଛନ୍ତି ।