ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିିଜୁ ଜନତା ଦଳ । ଦଳର ଅଭିଜ୍ଞ ନେତା ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଦଳ ।ଓଡିଶାରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି ୩ଟି ଆସନ ପାଇଁ ନିର୍ବାଚନ ହେବ । ହେଲେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଅନେକ ପ୍ରଶ୍ନ ଠିଆ କରିଛି । ୩ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବିଜେଡିକୁ ଦରକାର ୧୧୧ ବିଧାୟକଙ୍କ ସମର୍ଥନ । ହେଲେ ବିଧାନସଭାରେ ଏବେ ବିଜେଡିର କେବଳ ୧୦୮ ବିଧାୟକ ଅଛନ୍ତି । ତେଣୁ ୩ ଜଣ ବିଜେଡି ନେତାଙ୍କୁ ରାଜ୍ୟସଭା ପଠାଇବାକୁ ହେଲେ ବିଜେଡିକୁ ଆହୁରି ୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ଏହା ପରିବର୍ତ୍ତେ ଦଳ ନିଜର ୨ ପ୍ରାର୍ଥୀଙ୍କ ସହିତ ବିଜେପିର ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବୋଲି କୁହାଯାଉଛି । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ସମର୍ଥନ କରିଥିଲା ବିଜୁ ଜନତା ଦଳ । ତେଣୁ ଏଥର ବି ମଧ୍ୟ ସମାନ ଢଙ୍ଗରେ ବିଜେପିର ଜଣେ ନେତାଙ୍କୁ ସମର୍ଥନ ଦେଇପାରେ ବିଜେଡି । ତେବେ ଏ ସବୁ ମଧ୍ୟରେ, ରାଜ୍ୟସଭା ରେସ୍ ପାଇଁ ଏହି ୩ୟ ପ୍ରାର୍ଥୀ ଜଣକ କିଏ ହେବେ ତାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ତେଣୁ ରାଜ୍ୟସଭା ରେସ୍ ପାଇଁ ୩ୟ ପ୍ରାର୍ଥୀ ଜଣକ କିଏ? ଏବେ ୩ୟ ପ୍ରାର୍ଥୀ ଜଣକ କେଉଁ ଦଳର ହେବେ ତାକୁ ନେଇ ଏବେ ଆରମ୍ଭ ହେଇଛି ଆଲୋଚନା ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post